ଆଜି ରାଜ୍ୟରେ ସୁସ୍ଥ ହେଲେ ୧୩୦୯ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୪୬୧୩୪କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୩୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୪୬୧୩୪କୁ ବୃଦ୍ଧି ପାଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୯୧, କଳାହାଣ୍ଡି ୧୦୮, ସମ୍ବଲପୁର ୮୨, ବରଗଡ଼ ୮୦, ନୂଆପଡ଼ା ୭୪, କଟକ ୬୨, ଝାରସୁଗୁଡ଼ା ୫୦, ଗଞ୍ଜାମ ୪୯, କେନ୍ଦୁଝର ୪୮, ଷ୍ଟେଟ୍‌ପୁଲ ୪୫ ଅନୁଗୁଳ ୪୧, ପୁରୀ ୨୮, ମୟୂରଭଞ୍ଜ ୨୬, ଯାଜପୁର ୨୫, ରାୟଗଡ଼ା ୨୫, ଭଦ୍ରକ ୨୪, ଗଜପତି ୨୦, ନବରଙ୍ଗପୁର ୧୯, ଦେବଗଡ଼ ୧୮, ନୟାଗଡ଼ ୧୫, ବଲାଙ୍ଗିର ୧୩, ବାଲେଶ୍ବର ୧୦, କୋରାପୁଟ ୭, କେନ୍ଦ୍ରାପଡ଼ା ୬, ଜଗତସିଂହପୁର ୫, କନ୍ଧମାଳ ୫, ସୋନପୁର ୫, ଢେଙ୍କାନାଳ ୨ ଓ ମାଲ୍‌କାନ୍‌ଗିରିରୁ ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.