ଆଜି ରାଜ୍ୟରେ ସୁସ୍ଥ ହେଲେ ୯୫୨ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୪୩୫୨୨କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୯୫୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୪୩୫୨୨କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି। ଆଜି ନୂଆପଡ଼ାରୁ ସର୍ବାଧିକ ୧୭୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ସେହିପରି ସୁନ୍ଦରଗଡ଼ ୧୪୭, ଖୋର୍ଦ୍ଧା ୧୨୦, ବରଗଡ଼ ୪୮, କଟକ ୪୬, ପୁରୀ ୪୬, ସମ୍ବଲପୁର ୪୪, କଳାହାଣ୍ଡି ୩୮, ଅନୁଗୁଳ ୩୦, ଝାରସୁଗୁଡ଼ା ୨୮, ବଲାଙ୍ଗିର ୨୭, ଷ୍ଟେଟ୍‌ପୁଲ ୨୭, କେନ୍ଦୁଝର ୨୩, ନବରଙ୍ଗପୁର ୨୦, ଗଞ୍ଜାମ ୧୫, ଯାଜପୁର ୧୫, ରାୟଗଡ଼ା ୧୫, ଭଦ୍ରକ ୧୦, କୋରାପୁଟ ୮, ନୟାଗଡ଼ ୮, ସୋନପୁର ୮, ବାଲେଶ୍ବର ୬, ଢେଙ୍କାନାଳ ୪, କନ୍ଧମାଳ ୪, ବୌଦ୍ଧ ୩, ଦେବଗଡ଼ ୩, ଜଗତସିଂହପୁର ୨ ଓ କେନ୍ଦ୍ରାପଡ଼ାରୁ ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.