ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୮୬ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୩୫୪୦୮କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟ​‌େ​‌ର ପୁଣି ୮୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩୩୫୪୦୮କୁ ବୃଦ୍ଧି ପାଇଛି। ଆଜି କଟକ ଜିଲାରୁ ସର୍ବାଧିକ ୧୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୧୩, ସମ୍ବଲପୁର ୧୨, ଖୋର୍ଦ୍ଧା ୮, ମୟୂରଭଞ୍ଜ ୬, ବାଲେଶ୍ବର ୫, ଝାରସୁଗୁଡ଼ା ୫, ନବରଙ୍ଗପୁର ୪, ପୁରୀ ୪, ସୋନପୁର ୪, ବରଗଡ଼ ୩, ଅନୁଗୁଳ ୨, ନୟାଗଡ଼ ୨ ଏବଂ ଷ୍ଟେଟ୍‌ପୁଲ୍‌ରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବଟ୍‌ କରି ସୂଚନା ଦିଆଯାଇଛି।

Comments are closed.