ରାଜ୍ୟରେ ସୁସ୍ଥ ହେଲେ ଆଉ ୨ ହଜାର ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ସୋମବାର ଆଉ ୨ହଜାର ୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ  ଆରୋଗ୍ୟଙ୍କ ସଂଖ୍ୟା ୨ଲକ୍ଷ ୭୦ହଜାର ୧୩୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନୁଗୁଳ ଜିଲ୍ଲାରୁ ୨୧୮, କଟକରୁ ୧୩୫, ବାଲେଶ୍ଵରରୁ ୮୮, ଜଗତସିଂହପୁରରୁ ୮୫, ମୟୂରଭଞ୍ଜରୁ ୮୩, ଯାଜପୁରରୁ ୮୧, କେନ୍ଦୁଝରରୁ ୭୫, ପୁରୀରୁ ୬୯, କେନ୍ଦ୍ରାପଡାରୁ ୬୫, ବଲାଙ୍ଗୀରରୁ ୬୪, ଭଦ୍ରକରୁ ୬୩, ନୂଆପଡାରୁ ୬୨, ନବରଙ୍ଗପୁରରୁ ୬୦, ଢେଙ୍କାନାଳରୁ ୫୬, ସୋନପୁରରୁ ୪୭, ବରଗଡରୁ ୪୬, କଳାହାଣ୍ଡିରୁ ୪୪, ଝାରସୁଗୁଡାରୁ ୪୨, ନୟାଗଡରୁ ୩୭, ସମ୍ଵଲପୁରରୁ ୩୬, କନ୍ଧମାଳରୁ ୩୪, ସୁନ୍ଦରଗରଡୁ ୨୬, କୋରାପୁଟରୁ ୨୫, ଗଞ୍ଜାମରୁ ୨୪, ମାଲକାନଗିରିରୁ ୨୩, ବୌଦ୍ଧରୁ ୨୧, ଦେବଗଡରୁ ୯, ଗଜପତିରୁ ୯ ଓ ରାୟଗଡା ଜିଲ୍ଲାରୁ ୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

Comments are closed.