ବ୍ରାଜିଲରେ ଗୋଟିଏ ଦିନରେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍ ମାମଲା

କରୋନା ସଂକ୍ରମଣରେ ରେକର୍ଡ

ବ୍ରାସିଲିଆ : ବ୍ରାଜିଲରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୩୦,୦୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୦,୭୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୪୪,୧୪୩ରେ ପହଞ୍ଚିଛି। ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।
ଅନ୍ୟପକ୍ଷରେ ବ୍ରାଜିଲରେ ଏହି ସମୟ ମଧ୍ୟରେ ୫୫୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫୭, ୬୨୨ ରେ ପହଞ୍ଚିଛି । ଏଥିସହ ୭୩,୩,୦୦୦ରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ତେବେ ଗୋଟିଏ ଦିନ ପୂର୍ବରୁ ବ୍ରାଜିଲରେ ୩୮,୬୯୩ଟି ନୂଆ ମାମଲା ସାମ୍ନାକୁ ଆସିଥିଲା। କରୋନା ସଂକ୍ରମଣ ତାଲିକାରେ ବ୍ରାଜିଲ ଆମେରିକା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି।

Comments are closed.