ରାଜସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ୪୫୩୪କୁ ବୃଦ୍ଧି

ସମାଜ ପୋର୍ଟାଲ ଡେସ୍କ: ରାଜସ୍ଥାନରେ ଆଉ ୫୫ ଜଣ ଲୋକ ସଂକ୍ରମିତ ହେବା ସହ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୧୮୮୮ ରହିଛି। ରାଜ୍ୟରେ ୨ହଜାର ୬୪୬ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଆଜି କୋଟାରୁ ୨୯ଜଣ ଲୋକ ସଂକ୍ରମିତ ହୋଇଥିବାର ଜଣାପଡ଼ିଥିବା ବେଳେ ଜୟପୁରର ୧୧ଜଣ ଓ ଉଦୟପୁରରୁ ୯ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବାର ଜଣାପଡ଼ିଛି। ଉଦୟପୁରକୁ କୋଭିଡ୍‍ ନାଇଣ୍ଟିନ୍‍ର ନୂଆ ହଟ୍‍ସ୍ପଟ୍‍ ଘୋଷଣା କରାଯାଇଛି। ସେଠାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୩୧୩କୁ ବୃଦ୍ଧି ପାଇଛି। ରାଜ୍ୟରୁ ୧୨୫ଜଣ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି, ରାଜ୍ୟକୁ ସ୍ଥାନାନ୍ତରିତ ଶ୍ରମିକମାନେ ଆସିବା ପରେ ଗତ ୪ ଦିନ ମଧ୍ୟରେ ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇଛି।

Comments are closed.