କରୋନା ସଂକ୍ରମଣ ବିସ୍ଫୋରକ ରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି : ସୁବ୍ରତ ବାଗ୍‌ଚୀ

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ବିଶ୍ବ ଲଢେଇ ଜାରି ରଖିଛି। ଏବେ ଆମେରିକାରେ ବିଶ୍ବର ସର୍ବାଧିକ କରୋନା ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ଆମେରିକାରେ ୨ ମାସ ଭିତରେ ୧୩,୮୯୮ ଜଣ ଲୋକ କରୋନା ଭୂତାଣୁ ସଂକ୍ରମିତ ହୋଇଥିଲେ। ଏହାର ୧୫ ଦିନ ପରେ କରୋନା ଭୂତାଣୁ ସଂକ୍ରମିତ ସଂଖ୍ୟା ୨, ୮୩, ୪୭୭ରେ ପହଞ୍ଚିଥିଲା । ଆଜି ସୁଦ୍ଧା ଆମେରିକାରେ ୧୯ ଲକ୍ଷ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଭାରତରେ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ହେବା ପରେ ୬ଷ୍ଠ ସ୍ଥାନରେ ରହିଛି। ଭାରତରେ କରୋନା ସଂକ୍ରମଣ ବିସ୍ଫୋରକ ରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି। ସମଗ୍ର ବିଶ୍ୱ ସମେତ ଭାରତ ଏବଂ ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଜନସାଧାରଣ ସତର୍କ ରହିବା ଜରୁରୀ। ଫଳରେ ଆଗାମୀ ଦିନରେ କରୋନା ଭୂତାଣୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟିକୁ ରୋକା ଯାଇପାରିବ ବୋଲି ସେ କହିଛନ୍ତି।

Comments are closed.