ଯାଜପୁର ମିନିବସ୍ ଆସୋସିଏସନ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ଯାଜପୁର: କରୋନା ସଂକ୍ରମଣ ପାଇଁ ସବୁଆଡ଼େ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଯାଜପୁର ବସଷ୍ଟାଣ୍ଡ ଅଞ୍ଚଳରେ ମଧ୍ୟ ମିନିବସ୍ ଆସୋସିଏସନ ପକ୍ଷରୁ ସଚେତନ କରାଯାଇଛି। ପ୍ରତ୍ୟେକ ବସ୍ କ୍ଷମତା ଅନୁସାରେ ଯାତ୍ରୀ ନେବାକୁ ପରାମର୍ଶ ଦିଆଯାଇଛି । ବସ୍‌ରେ ଯେଭଳି କୌଣସି ଭିଡ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀମାନେ ଭଲ ଭାବେ ହାତ ଧୋଇବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି। ଆସୋସିଏସନର ସଭାପତି କର୍ଣ୍ଣାଟକେଶରି ଦାସଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ କୋରେନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାସାୟନିକ ସିଞ୍ଚନ କରାଯାଇଛି। ଯଦି କୌଣସି ଗାଡି ଓଭର ଲୋଡିଂ କରୁଥିବା ଦେଖାଯାଏ ତେବେ ଆସୋସିଏସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହଯାଇଛି।

Comments are closed.