କରୋନା ଆକ୍ରାନ୍ତ ନିଖୋଜ, ଦେଉଳିଆ ପଞ୍ଚାୟତ ସଟଡ଼ାଉନ

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଦେଉଳିଆ ପଞ୍ଚାୟତକୁ ସରପଞ୍ଚ ବୈଦନାଥ ସିଂ ଶନିବାର ସକାଳ ୫ଟାରୁ ମଙ୍ଗଳବାର ସକାଳ ୫ଟା ପର୍ଯ୍ୟନ୍ତ ୭୨ଘଣ୍ଟା ସଟଡ଼ାଉନ ଘୋଷଣା କରିଛନ୍ତି। ପଞ୍ଚାୟତର ଜଣେ ଆଶାକର୍ମୀଙ୍କ ସହିତ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପଞ୍ଚାୟତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଅନ୍ୟପକ୍ଷରେ ଗୁରୁବାର ବଡ଼ସାହି ଡ଼ାକ୍ତରଖାନାରେ ଆଣ୍ଟିଜେନ ପରୀକ୍ଷା କରିଥିବା ଜଣେ ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭ ରିପୋର୍ଟ ଆସିବା ପରେ ସେ ଦେଇଥିବା ମୋବାଇଲ ନଂ ଓ ଠିକଣା ଅନୁଯାୟୀ ଡ଼ାକ୍ତରଖାନା ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା। ତେବେ ବ୍ୟକ୍ତି ଜଣଙ୍କ ଭୁଲ ଠିକଣା ଓ ନମ୍ବର ଦେଇଥିବାରୁ ତାଙ୍କୁ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଠାବ କରାଯାଇପାରିନି। ସେହି ବ୍ୟକ୍ତି ଜଣଙ୍କ ସଙ୍ଗରୋଧରେ ନ ରହି ବୁଲାବୁଲି କରୁଥିଲେ ଓ ତାଙ୍କ ସଂସ୍ପର୍ଶରେ ଅନେକ ଜଣ ଆକ୍ରାନ୍ତ ହେବାର ସମ୍ଭାବନା ଦେଖାଦେଇଛି।