କରୋନା ଆକ୍ରାନ୍ତ ହେଲେ ନବରଙ୍ଗପୁର ବିଧାୟକ ଓ ତାଙ୍କ ପତ୍ନୀ

ନବରଙ୍ଗପୁ : ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ତାଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀଙ୍କୁ କରୋନା। କରୋନା ସଂକ୍ରମିତ ନେଇ ନିଜେ ବିଧାୟକ ବୁଧବାର ସୋସିଆଲ ମଡିଆରେ ସୂଚନା ଦେଇଛନ୍ତି । କିଛି ଦିନ ହେଲା ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖା ଯାଉଥିଲା।  ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ  ବିଧାୟକ ସଦାଶିବ ଓ ତାଙ୍କ ପତ୍ନୀ କୌଶଲ୍ୟା ଉଭୟ କରୋନା ଟେଷ୍ଟ କରିଥିଲେ। ଟେଷ୍ଟ ପରେ ଉଭୟଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଛି। ଏବେ ସେ ସୁସ୍ଥ ଥିବା ଓ ହୋମ୍ ଆଇସୋଲେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କାରାଇ ନିଅନ୍ତୁ ବୋଲି ବିଧାୟକ ସଦାଶିବ ପରାମର୍ଶ ଦେଇଛନ୍ତି।

Comments are closed.