ଦିନକରେ ୧୦୨ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୨୦୦୦ଟପିଲା

କେନ୍ଦୁଝରଗଡ: ଗତ ୨୪ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲାରେ  ୧୦୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲାରେ   ଆକ୍ରାନ୍ତଙ୍କ ସଂଖ୍ୟା ୨୦୭୧ରେ ପହଞ୍ଚିଛି। ସେଥିମଧ୍ୟରୁ ୧୪୭୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୮୯ଜଣ ଚିକିତ୍ସିତ ହେଉଛନ୍ତି ଏବଂ କରୋନାଜନିତ କାରଣରୁ ଜିଲାରେ ଏଯାବତ ୬ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ଟ୍ବିଟ୍ ଯୋଗେ କୁହାଯାଇଛି। ବୁଧବାର ଚିହ୍ନଟ ୧୦୨ଜଣଙ୍କ ମଧ୍ୟରୁ ଜଣେ କରୋନା ଯୋଦ୍ଧା ଥିବାବେଳେ ଘସିପୁରା ବ୍ଲକ ବିରଗୋବିନ୍ଦପୁର ଓ ଆନନ୍ଦପୁର ବ୍ଲକ ବେଲବାହାଳି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୯୯ଜଣ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ ସାହାରପଡା ବ୍ଲକ ସିଆଳିଯୋଡାରୁ ସର୍ବାଧିକ ୨୯ଜଣ, ଝୁମ୍ପୁରା ବ୍ଲକ ଓ ଯୋଡା ପୌରପାଳିକାରୁ ୧୪ଜଣ ଲେଖାଏଁ, ଚମ୍ପୁଆ ବ୍ଲକରୁ ୮ଜଣ, ଯୋଡା ବ୍ଲକ ଓ କେନ୍ଦୁଝରଗଡ ପୌରପାଳିକାରୁ ୬ଜଣ ଲେଖାଏଁ, ଆନନ୍ଦପୁର ବ୍ଲକ ଓ ତେଲକୋଇ ବ୍ଲକରୁ ୫ଜଣ ଲେଖାଏଁ, ବାଂଶପାଳ ବ୍ଲକରୁ ୩ଜଣ, କୋଭିଡ ହସ୍ପିଟାଲ ରାଙ୍କିରେ ଚିକିତ୍ସିତ ୨ ସନ୍ଦିଗ୍ଧ, ହାଟଡିହି, ଘଟଗାଁ, ଘସିପୁରା, ହରିଚନ୍ଦନପୁର, କେନ୍ଦୁଝରସଦର ବ୍ଲକ ଏବଂ ବଡବିଲ ଓ ଆନନ୍ଦପୁର ପୌରପାଳିକାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଜଣାପଡିଛି।

Comments are closed.