ଭୁବନେଶ୍ବରରୁ ଆଉ ୬୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ଭୁବନେଶ୍ୱରରୁ ଶନିବାର ଆଉ ୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୭ ଜଣ ରହିଥିବାବେଳେ ୪୭ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏହାସହ ୮୭ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୬୪୭ରେ ପହଞ୍ଚିଛି ।  ଏଥିମଧ୍ୟରୁ ୮୭୪ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ୨୮,୫୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୭୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

Comments are closed.