ଶ୍ରମ ମନ୍ତ୍ରଣାଳୟର ୨୫ କର୍ମଚାରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଘଟିଛି। ଦେଶରେ ପ୍ରତିଦିନ ହଜାର ହଜାର କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀର ଅବସ୍ଥା ନ କହିଲେ ଭଲ। ଏଠାରେ ପରିସ୍ଥିତି ଦିନକୁ ଦିନ ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି।

ସୂଚନାନୁସାରେ, ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ୨୫ ଜଣ କର୍ମଚାରୀ ଏହି ସପ୍ତାହରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥିସହିତ ମନ୍ତ୍ରଣାଳୟରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୩୬କୁ ବୃଦ୍ଧି ପାଇଛି।

Comments are closed.