ବେତନଟୀ ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ୭୯୧ ରେ ପହଞ୍ଚିଲା

ବେତନଟୀ : ସଚେତନତାର ଅଭାବରୁ କମୁନି ସଂକ୍ରମଣ। ପଜିଟିଭ ଚିହ୍ନିଟ ବ୍ୟକ୍ତି ମଧ୍ୟ ବଜାରରେ ବୁଲିବାରୁ ସଂକ୍ରମଣ ବଢିବଢି ଚାଲିଛି। ସରକାରୀସ୍ତରରେ ବେତନଟୀ ଡାକ୍ତରଖାନା ସମେତ ୫ଟି ସ୍ଥାନରେ ଓ ସରକାରୀ ସହଯୋଗରେ ବେତନଟୀ ଧର୍ମଶାଳା ପରିସରରେ ଏହି ପରୀକ୍ଷା ଚାଲିଥିବାବେଳେ ସରକାରୀସ୍ତରରେ ୧୯ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ରୋଟାରୀକ୍ଲବ ଆନୁକୁଲ୍ୟରେ ଚାଲିଥିବା ପରୀକ୍ଷାର ୨୬ତମ ଦିବସରେ ମୋଟ ୩୨ଜଣଙ୍କର ପରୀକ୍ଷା କରାଯାଇ ୧୧ଜଣଙ୍କୁ ଚିହ୍ନଟ କରଯିବା ଫଳରେ ସୋମବାର ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି। ଫଳରେ ବେତନଟୀବ୍ଲକରେ ପଜିଟିଭ ସଂଖ୍ୟା ୭୯୧ରେ ପହଞ୍ଚିଛି। ରୋଟାରୀକ୍ଲବ ପକ୍ଷରୁ ସୋମବାର ସୁଦ୍ଧା ମୋଟ ୮୧୩ଜଣଙ୍କର ପରୀକ୍ଷା କରାଯାଇ ୧୮୧ଜଣ ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ପଜିଟିଭ ଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯାଉଥିବାବେଳେ ଡାକ୍ତରଖାନା ପକ୍ଷରୁ ସେମାନଙ୍କୁ ଔଷଧ ଯୋଗାଇ ଦିଆଯାଇ ହୋମ ଆଇସୋଲେଶନରେ ରହିବା ନିମନ୍ତେ ମଧ୍ୟ ପରାମର୍ଶ ଦିଆଯାଉଛି। ରୋଟାରୀକ୍ଲବ ପକ୍ଷରୁ ଏହି ଜନହିତକର ତଥା କୋଭିଡ-୧୯ଭଳି ମାରାତ୍ମକ ରୋଗର ଚିହ୍ନଟ କରାଯାଉଥିବା ଖବର ପାଇ ରୋଟାରୀୟାନ ଶୁଭେନ୍ଦୁ କୁମାର ପରିଡା ରବିବାର ମଧ୍ୟାହ୍ନରେ ଭୁବନେଶ୍ୱରରୁ ଆସି କୋଭିଡ କେନ୍ଦ୍ର ପରିଦର୍ଶନ କରିବା ସହିତ କୋଭିଡ ଯୋଦ୍ଧା ତଥା ରୋଟାରୀକ୍ଲବ ଉପସଭାପତି ଶିରିଶଚନ୍ଦ୍ର ବାରିକ ଓ କୋଷାଧ୍ୟକ୍ଷ ସୁନୀଲ କୁମାର ଖଣ୍ଡେଲୱାଲଙ୍କ ସହିତ ରୋଟାରୀ କାର୍ଯ୍ୟାଳୟରେ ପହଞ୍ଚି ବେତନଟୀ ରୋଟାରୀକ୍ଲବର ଏହି ମହତକାର୍ଯ୍ୟର ପ୍ରଶଂସା କରିବା ସହିତ କୋଭିଡ ଯୋଦ୍ଧାଙ୍କ ନିମନ୍ତେ ଶୁଦ୍ଧପାନୀୟଜଳ ଓ ସେନିଟାଇଜର ପ୍ରଦାନ କରିବା ସହିତ ବରିଷ୍ଠ ରୋଟାରୀୟାନ କୈଳାଶଚନ୍ଦ୍ର ଅଗ୍ରୱାଲଙ୍କ ସହିତ ଆଲୋଚନା କରି ବେତନଟୀ ରୋଟାରୀଟିମର କାର୍ଯ୍ୟକୁ ପ୍ରଶଂସା କରିଥିଲେ।

Comments are closed.