କରୋନା କବିତା ପୁସ୍ତକ ଉନ୍ମୋଚିତ

କଟକ: ଓଡ଼ିଶାର ୨୧ଜଣ ବରିଷ୍ଠ କବିଙ୍କ କରୋନା ସଂପର୍କିତ ଲିଖିତ ୨୧ଟି କବିତାର ଏକ ମନୋଜ୍ଞ ସଂକଳନ ‘କରୋନା କବିତା’କୁ ଗୋପବନ୍ଧୁ ଭବନ ପରିସରରେ ଲୋକସେବକ ମଣ୍ଡଳର ସଂପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଉନ୍ମୋଚନ କରିଛନ୍ତି। ଏଥିରେ କବିତା ପୁସ୍ତକର ସଂପାଦକ ତଥା କବି ପ୍ରଦୀପ୍ତ କୁମାର ବେହୁରା, ଲୋକସେବକ ମଣ୍ଡଳର କଟକ ଶାଖା ସଂପାଦକ ଡଃ ପ୍ରଭାସ ଆଚାର୍ୟ୍ୟ, ବିଶିଷ୍ଟ ଲେଖକ ଡଃ ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ପୁସ୍ତକଟି ଭୁବନେଶ୍ବରର ‘ଲେଖାଲେଖି’ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶ ପାଇଛି। ସମ୍ଭବତଃ ଏହା କରୋନା ସଂପର୍କିତ ଓଡ଼ିଶାର ପ୍ରଥମ ପୁସ୍ତକ।

Comments are closed.