ବାଲେଶ୍ଵରରୁ ଆଉ ଜଣେ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ୧୬୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବାଲେଶ୍ଵର : ରାଜ୍ୟରେ ପୁଣି ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ଜଣକ ବାଲେଶ୍ୱର ଜିଲାର ହୋଇଥିବା ସୂଚନା ମିଳିଛି । ଆକ୍ରାନ୍ତ ଜଣଙ୍କ ୩୪ ବର୍ଷୀୟ ପୁରୁଷ ହୋଇଥିବା ବେଳେ ସେ ପଶ୍ଚିମବଙ୍ଗରୁ ଫେରିଥିଲେ ବୋଲି ଜଣାପଡିଛି । ଆକ୍ରାନ୍ତଙ୍କଠାରେ କୌଣସି ବି କରୋନାର ଲକ୍ଷଣ ଦେଖାଯାଇନଥିଲା ବେଳେ ସେ କ୍ବାରେଣ୍ଟାଇନରେ ରହିଥିଲେ । ବାଲେଶ୍ଵରରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ  ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧ରେ ପହଞ୍ଚିଥିବା  ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Comments are closed.