ଆଜି ରାଜ୍ୟରେ ଚିହ୍ନଟ ୩ ଜଣଙ୍କ ମଧ୍ୟରେ ୨ ଜଣ ସୁରତ ଫେରନ୍ତା ଥିବା ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ଵର : ଆଜି ରାଜ୍ୟରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୩ ଜଣଙ୍କ ମଧ୍ୟରେ ଦୁଇ ଜଣ ଗଞ୍ଜାମ ଜିଲାର ହୋଇଥିବା ବେଳେ ଜଣେ ଝାରସୁଗଡାର ହୋଇଥିବା ସୂଚନା ମିଳିଛି । ଏହି ୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଛି । ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ସୁରତ ଫେରନ୍ତା ଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟଙ୍କର ବୟସ ଯଥାକ୍ରମେ ୧୭ ଓ ୨୨ ବର୍ଷ ଓ ସେ ଦୁହେଁ ପୁରୁଷ ବୋଲି ଜଣାଯାଇଛି। ଉଭୟଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇ ନଥିଲା କିନ୍ତୁ ରକ୍ତ ନମୁନା ପରୀକ୍ଷା ପରେ କରୋନା ପଜିଟିଭ୍ ଥିବା ଜଣାପଡିଥିଲା ।

ସେହିପରି ଝାରସୁଗଡ଼ା ଜିଲ୍ଲାରୁ ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ମହିଳାଙ୍କ ବୟସ ୪୦ ବର୍ଷ ବୋଲି ସୂଚନା ଦିଆଯାଇଛି। ସେ ପୂର୍ବରୁ ସଂକ୍ରମିତ ଥିବା ସଂସ୍ପର୍ଶରେ ଆସିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଛି। ଏଥିସହ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଥିବା ବେଳେ ୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏଯାବତ୍ ଜଣେ କରୋନା ଆକ୍ରାନ୍ତ ଜୀବନ ହରାଇଛନ୍ତି।

Comments are closed.