ମାଓନେତାଙ୍କ ଚିଠି, ଜେଲରେ ରହୁନି ସାମାଜିକ ଦୂରତା

କିଛି ଦିନର ବ୍ୟବଧାନ ପରେ ମଣ୍ଡଳ କାରାଗାରରେ ରହିଥିବା ମାଓନେତା ସବ୍ୟସାଚୀ ପଣ୍ଡା ଓକିଲ ଦୀପକ ପଟ୍ଟନାୟକଙ୍କ ଜରିଆରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ଏହି ପତ୍ରରେ ସବ୍ୟସାଚୀ ମୁଖ୍ୟତଃ ମଣ୍ଡଳ କାରାଗାରରେ କୋଭିଡ଼ ନିୟମ ପାଳନ ହେଉନଥିବା ସମ୍ପର୍କରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କୋଭିଡ଼ ଗାଇଡଲାଇନ ଜାରି କରିିଥିବାବେଳେ ମଣ୍ଡଳ କାରଗାରରେ ତାହା ପାଳନ ହେଉନାହିଁ।

କୌଣସି ଅନ୍ତେବାସୀଙ୍କ ସ୍ୱାବ ପରୀକ୍ଷା କରାଯାଉନାହିଁ। ଗିରଫ କରାଯାଉଥିବା ଅଭିଯୁକ୍ତଙ୍କୁ କରୋନା ପରୀକ୍ଷା କରାନଯାଇ ଜେଲକୁ ଅଣାଯାଉଥିବାରୁ ଜେଲ ପରିସରରେ କରୋନା ବ୍ୟାପିବା ଆଶଙ୍କା ରହିଛି। ପୁଲିସର ଖାମଖିଆଲ ନୀତି ଯୋଗୁ ଏଭଳି ଘଟୁଛି। ଗୋଟିଏ ସେଲରେ ବହୁ କଏଦୀଙ୍କୁ ରଖାଯାଇ ଜେଲ ପରିସରରେ ସାମାଜିକ ଦୂରତ୍ୱ ପାଳନ କରାଯାଉନାହିଁ। ଏଥିଯୋଗୁ ଜେଲ ଅନ୍ତେବାସୀ ଭୟରେ ଦିନ କାଟୁଥିବା ସବ୍ୟସାଚୀ ପତ୍ରରେ ଦର୍ଶାଇବା ସହିତ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମାନବାଧିକାର କମିଶନଙ୍କୁ ଅନୁରୋଧ କରିଛନ୍ତି।

Comments
Loading...