ବଢୁଛି ସଂକ୍ରମଣ, ହଜାରେ ଉପରେ ୧୯ ଜିଲ୍ଲା

ରାଜ୍ୟରେ ଆଜି ୨୨୩୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୬୪ ହଜାର ୫୩୩ର ପହଂଚିଛି। ଗଂଜାମ ଜିଲ୍ଲାରେ ସର୍ବାଧିକ ୨୪୬ ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ୧୯ଟି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ହଜାର ଅତିକ୍ରମ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ୧୫ହଜାର ୨୫୬ରେ ପହଂଚିଛି।

ସେହିପରି ବାଲେଶ୍ୱରରେ ୨୨୪୮, ଭଦ୍ରକରେ ୧୬୮୬, ବଲାଙ୍ଗିରରେ ୧୦୧୦, କଟକରେ ୪୨୪୭, ଗଜପତିରେ ୨୩୯୯, ଜଗତସିଂହପୁରରେ ୧୧୧୩, ଯାଜପୁରରେ ୨୨୧୫, କନ୍ଧମାଳରେ ୧୫୬୦, କେନ୍ଦୁଝରରେ ୧୨୮୨, ଖୋର୍ଦ୍ଧାରେ ୯୩୮୦, କୋରାପୁଟରେ ୧୯୯୩ , ମାଲକାନଗିରିରେ ୧୪୦୨, ମୟୁରଭଂଜରେ ୧୪୮୪, ନୟାଗଡରେ ୧୬୪୦, ପୁରୀରେ ୧୯୦୦, ରାୟଗଡାରେ ୨୩୪୬, ସମ୍ବଲପୁରରେ ୧୫୩୪ ଓ ସୁନ୍ଦରଗଡ ଜିଲ୍ଲାରେ ୩୩୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.