ରାଜ୍ୟରେ ୨୫ ହଜାର ଟପିଲା କରୋନା ଆକ୍ରାନ୍ତ, ଆଜି ୧୩୭୬ ଚିହ୍ନଟ

ରାଜ୍ୟରେ ଆଜି ୩୦ଟି ଜିଲ୍ଲାରୁ ୧୩୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ୩୮୯ରେ ପହଂଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୧୭ ଓ ସ୍ଥାନୀୟ ଅଂଚଳରୁ ୪୫୯ ଜଣ ଅଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରିଛି। ଗତ ୭ ଦିନ ଭଳି ଆଜି ମଧ୍ୟ ଗଂଜାମରୁ ସର୍ବାଧିକ ୪୮୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୮୭, କେନ୍ଦୁଝରରୁ ୧୦୩, ପୁରୀରୁ ୯୧, କଟକରୁ ୭୫, ଗଜପତିରୁ ୭୪, ରାୟଗଡ଼ାରୁ ୪୫, ସୁନ୍ଦରଗଡ଼ରୁ ୩୩, ନୟାଗଡ଼ରୁ ୩୦, ବାଲେଶ୍ୱରରୁ ୨୯, ମୟୁରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨୧, ବଲାଙ୍ଗୀରରୁ ୧୯, ସମ୍ବଲପୁରରୁ ୧୭, ଢେଙ୍କାନାଳ ଓ ମାଲକାନଗିରିରୁ ୧୫ ଜଣ ଲେଖାଏଁ, କନ୍ଧମାଳରୁ ୧୨, ଦେଓଗଡ଼, ଜଗତସିଂହପୁର, କଳାହାଣ୍ଡି, ଓ କେନ୍ଦ୍ରାପଡ଼ାରୁ ୧୧ ଜଣ ଲେଖାଏଁ, ଭଦ୍ରକରୁ ୧୦, ଯାଜପୁର ଓ ବୌଦ୍ଧରୁ ୮ ଜଣ ଲେଖାଏଁ, କୋରାପୁଟ ଓ ବରଗଡରୁ ୭ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୬ ଏବଂ ସୁବର୍ଣ୍ଣପୁର ଓ ଅନୁଗୁଳରୁ ୫ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଏହି ସଂକ୍ରମଣରୁ ୧୫ ହଜାର ୯୨୮ ଜଣ ସୁସ୍ଥ ହୋଇଥିବା ବେଳେ ୯ ହଜାର ୨୮୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟରେ ୪ ଲକ୍ଷ ୫୮ ହଜାର ୧୨୦ଟି ନମୁନା ପରୀକ୍ଷା ହୋଇଥିବା ସୂଚନା ମିଳିଛି।

Comments are closed.