କରୋନାର ନୂଆ ଧାରା ପାଇଁ ସଂକ୍ରମଣ ବଢୁଛି କିନ୍ତୁ ଲକଡାଉନ ସ୍ଥିତି ନାହିଁ – ପରିବାର କଲ୍ୟାଣ ନିର୍ଦ୍ଦେଶକ ଆମ ଓଡ଼ିଶାନିଉଜ ଆଲର୍ଟବଡ଼ ଖବର By ସମାଜ ପୋର୍ଟାଲ ଡେସ୍କ On Apr 3, 2021 Share ରାଜ୍ୟକୁ ଆସିଥିବା ନୂଆ ଷ୍ଟ୍ରେନ ପାଇଁ ହଠାତ୍ ରାଜ୍ୟରେ ସଂକ୍ରମଣ ବଢ଼ିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ଯେ ବର୍ତମାନ ଯେଉଁ ନୂଆ ଷ୍ଟ୍ରେନ ଆସିଛି, ତାହା ପୂର୍ବାପେକ୍ଷା ଅଧିକ ସଂକ୍ରାମକ। ସେ କହିଛନ୍ତି, ଯେହେତୁ ଛତିଶଗଡ଼ ନୂଆପଡ଼ା ସୀମାରେ ଅଛି, ସେଠି ସଂକ୍ରମଣ ବଢୁଛି। ନୂଆପଡ଼ା ପ୍ରଶାସନ ଏହି ନୂଆ ଷ୍ଟ୍ରେନ ନେଇ ସମୀକ୍ଷା କରୁଛନ୍ତି। ନୂଆପଡା ଜିଲ୍ଲାରେ କେତେ ଲୋକ ଟିକା ନେଲାପରେ ସଂକ୍ରମିତ ହେଉଛନ୍ତି, ସେ ନେଇ ଏକ ସର୍ଭେ କରାଯାଉଛି। Related Posts ୧୯ଟି ଅଧିକ କରୋନା ସଂକ୍ରମଣ ପ୍ରବଣ ରାଜ୍ୟକୁ… Apr 22, 2021 ଦିଲ୍ଲୀ ପାଇଁ ଅକ୍ସିଜେନ କୋଟା ବୃଦ୍ଧି କଲେ… Apr 22, 2021 ସେ କହିଛନ୍ତି, ଏବେ ପର୍ଯ୍ୟନ୍ତ ଲକଡାଉନ ସ୍ଥିତି ଆସି ନାହିଁ। ସଂକ୍ରମଣ ବଢ଼ିଲେ କୌଣସି ମୁହୂର୍ତରେ ଆବଶ୍ୟକ ଥିବାରୁ ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରି ରଖିବାକୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖାଯାଇଛି ବୋଲି ସେ କହିଛନ୍ତି। Share FacebookTwitterWhatsApp