ପୁଣି ବଢୁଛି ସଂଖ୍ୟା, ଆଜି ରାଜ୍ୟରେ ୮୭ ନୂଆ କରୋନା ପଜିଟିଭ୍ ଚିହ୍ନଟ

ବହୁଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇବା ପରେ ଏବେ ତାହା ପୁଣି ଧୀରେ ଧୀରେ ବୃଦ୍ଧି ହେଉଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୯ଟି ଜିଲ୍ଲାରୁ ୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୯୧କୁ ବୃଦ୍ଧିପାଇଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୩ ଜଣ ସଙ୍ଗରୋଧରୁ ଏବଂ ୩୪ ଜଣ ସ୍ଥାନୀୟ ଅଂଚଳର ରହିଛନ୍ତି।

ଚିହ୍ନଟଙ୍କ ମଧ୍ୟରେ ସମ୍ବଲପୁରରୁ ୯ ଜଣ ଥିବାବେଳେ ଖୋର୍ଦ୍ଧାରୁ ୮, ବାଲେଶ୍ୱର, କଟକ ଓ ଝାରସୁଗୁଡ଼ାରୁ ୭ ଜଣ ଲେଖାଏଁ, ଜୟପୁର, ସୁନ୍ଦରଗଡ଼ ଓ ପୁରୀରୁ ୬ ଜଣ ଲେଖାଏଁ, ମୟୁରଭଞ୍ଜରୁ ୫, ବରଗଡ଼, ଭଦ୍ରକ ଓ ଅନୁଗୁଳରୁ ୪ ଜଣ ଲେଖାଏଁ, ବଲାଙ୍ଗୀର ଓ ରାୟଗଡ଼ାରୁ ୩ ଜଣ ଲେଖାଏଁ, ଦେଓଗଡ଼ରୁ ୩ ଏବଂ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୂଆପଡ଼ାରୁ ଜଣେ ଲେଖାଏଁ ଅଛନ୍ତି।


ଅନ୍ୟପକ୍ଷରେ ଏବେ ରାଜ୍ୟରେ ୭୦୩ ଜଣ ସକ୍ରିୟ ଚିକିତ୍ସାଧୀନ ଥିବା ବେଳେ ୩ ଲକ୍ଷ ୩୪ ହଜାର ୫୧୯ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ରାଜ୍ୟରେ ୮୩ ଲକ୍ଷ ୨୧ ହଜାର ୬୪୧ଟି କରୋନା ନମୁନା ପରୀକ୍ଷା ହୋଇଥିବା ସୂଚନା ମିଳିଛି।

Comments are closed.