ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୩୧୫, ୩ ଲକ୍ଷ ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ କରୋନା ଜନିତ ଆରୋଗ୍ୟଙ୍କ ସଂଖ୍ୟା ଦୈନଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଚିକିତ୍ସିତ ସଙ୍କ୍ରମିତଙ୍କ ମଧ୍ୟରୁ ୧ ହଜାର ୩୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ସହିତ ରାଜ୍ୟରେ ମୋଟ କରୋନା ଜନିତ ଆରୋଗ୍ୟଙ୍କ ସଂଖ୍ୟା ୩,୦୦,୪୭୪କୁ ବୃଦ୍ଧି ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Comments are closed.