କରୋନା ମୁକାବିଲା: ୬୭୯୮ ଗ୍ରାମ ପଞ୍ଚାୟତରେ ୬,୬୨୨ ଟି କୋଭିଡ୍‌ କେୟାର ହୋମ୍‌ ପ୍ରତିଷ୍ଠା

କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୬,୬୨୨ ଟି କୋଭିଡ୍‌ କେୟାର ହୋମ୍‌ ପ୍ରତିଷ୍ଠା ହୋଇଛି। ଏଥିରେ ମୋଟ ୬୬,୫୯୨ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଅନୁରୂପ ଭାବରେ ରାଜ୍ୟରେ ୧୪୨୮ ଟି କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମ୍‌ସି) କାର୍ଯ୍ୟ କରୁଛି । ଏଗୁଡ଼ିକରେ ୬୮,୪୦୦ଟି ଶଯ୍ୟା ଉପଲବ୍ଧ ରହିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.