ରାଜ୍ୟରେ ଆଜି ସୁସ୍ଥ ହେଲେ ୧୦୧୯ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୦୨୭୯୬କୁ ବୃଦ୍ଧି

ଭୁବନେଶ୍ୱର:ଆଜି ରାଜ୍ୟରେ ଆଉ ୧୦୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ୩୦୨୭୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ ଆଜି ରାଜ୍ୟରେ ଆଉ ୧୦୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୧୪୧ଜଣ ଓ କଟକରୁ ୧୦୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୯୫, ଅନୁଗୁଳ ୭୫, କେନ୍ଦ୍ରାପଡ଼ା ୫୯, ମୟୂରଭଞ୍ଜ ୫୫, ଜଗତସିଂହପୁର ୫୦, କୋରାପୁଟ ୪୧, ନୂଆପଡ଼ା ୩୯, କେନ୍ଦୁଝର ୩୭, ବରଗଡ଼ ୩୦, ପୁରୀ ୨୯, ବାଲେଶ୍ବର ୨୮, ଢେଙ୍କାନାଳ ୨୬, ନବରଙ୍ଗପୁର ୨୪, ବଲାଙ୍ଗିର ୨୩, କଳାହାଣ୍ଡି ୨୨, ଯାଜପୁର ୨୧, ନୟାଗଡ଼ ୧୭, ଗଞ୍ଜାମ ୧୫, ଝାରସୁଗୁଡ଼ା ୧୨, ସମ୍ବଲପୁର ୧୨, ରାୟଗଡ଼ା ୧୦, ସୋନପୁର ୧୦, କନ୍ଧମାଳ ୯, ଦେବଗଡ଼ ୫, ଭଦ୍ରକ ୪, ମାଲକାନଗିରି ୪, ବୌଦ୍ଧ ୩, ଗଜପତି ୧ ଏବଂ ଷ୍ଟେଟ୍‌ପୁଲ୍‌ରୁ ୨୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.