ରାଜ୍ୟରେ ଆଜି ସୁସ୍ଥ ହେଲେ ୧୮୦୦ କରୋନା ଆକ୍ରାନ୍ତ, ସୁସ୍ଥ ସଂଖ୍ୟା ୨ ଲକ୍ଷ ୭୩ ହଜାର ୮୩୮ରେ ପହଞ୍ଚିଲା

ଭୁବନେଶ୍ୱର: ଆଜି ରାଜ୍ୟରେ ୧୮୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ୧୪୮, ନୂଆପଡ଼ା ୧୦୦, ମୟୂରଭଞ୍ଜ ୯୪ ଜଣ, ଅନୁଗୁଳ ୮୧, ସୁନ୍ଦରଗଡ଼ ୭୬, କେନ୍ଦୁଝର ୭୪, ବାଲେଶ୍ୱର ୭୨, ପୁରୀ ୬୯, ଯାଜପୁର ୬୬, ବରଗଡ଼ ୬୫, କେନ୍ଦ୍ରାପଡ଼ା ୬୨, ବଲାଙ୍ଗୀର ୬୧, ଭଦ୍ରକ ୬୦, ଜଗତସିଂହପୁର ୬୦, ନବରଙ୍ଗପୁର ୫୩, କେରାପୁଟ ୪୪, କଳାହାଣ୍ଡି ୪୨, ଝାରସୁଗୁଡ଼ା ୪୦, ଢେଙ୍କାନାଳ ୩୫, ସମ୍ବଲପୁର ୩୫, ମାଲକାନଗିରି ୩୫, ଗଞ୍ଜାମ ୨୯, କନ୍ଧମାଳ ୨୯, ସୁବର୍ଣ୍ଣପୁର ୨୯, ନୟାଗଡ଼ ୨୭, ରାୟଗଡ଼ା ୧୨, ଦେବଗଡ଼ ୮, ଗଜପତି ୭, ବୌଦ୍ଧ ୬ ଓ ରାଜ୍ୟପୁଲରୁ ୪୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାସହିତ ରାଜ୍ୟରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୩ ହଜାର ୮୩୮ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.