ଆଜି ରାଜ୍ୟରେ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ, ଆରୋଗ୍ୟଙ୍କ ସଂଖ୍ୟା ୨, ୬୨, ୦୩୧କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆଜି ରାଜ୍ୟରେ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୪୨, କଟକ ୨୮୧ ଓ ସୁନ୍ଦରଗଡ଼ରୁ ୨୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨, ୬୨, ୦୩୧କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ରାଜ୍ୟରେ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୪୨, କଟକ ୨୮୧ ଓ ସୁନ୍ଦରଗଡ଼ରୁ ୨୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ୧୯୯, ଅନୁଗୋଳ ୧୪୫, ବାଲେଶ୍ବର ୧୦୬, ପୁରୀ ୮୬, ସୋନ୍‌ପୁର ୮୫, କେନ୍ଦ୍ରାପଡ଼ା ୮୪, ଯାଜପୁର ୭୫, ନୂଆପଡ଼ା ୭୦, ବରଗଡ଼ ୬୯, ବଲାଙ୍ଗିର ୬୯, ଝାରସୁଗୁଡ଼ା ୬୭, କେନ୍ଦୁଝର ୬୬, ଭଦ୍ରକ ୬୦, ଜଗତସିଂହପୁର ୫୫, ସମ୍ବଲପୁର ୫୪, ଢେଙ୍କାନାଳ ୪୯, କଳାହାଣ୍ଡି ୪୯, ବୌଦ୍ଧ ୪୬, ଗଞ୍ଜାମ ୪୨, ମାଲକାନ୍‌ଗିରି ୩୮, କନ୍ଧମାଳ ୩୩, କୋରାପୁଟ ୩୩, ନବରଙ୍ଗପୁର ୩୩, ନୟାଗଡ଼ ୩୦, ରାୟଗଡ଼ା ୨୭, ଗଜପତି ୧୪, ଦେଓଗଡ଼ ୯ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୬୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.