କରୋନା ସଂକ୍ରମଣ ଆଶଙ୍କା: ଏପ୍ରିଲ୍‌ ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ୍‌ ମାସ ପାଇଁ କୋଭିଡ୍‌ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ରାଜ୍ୟ ସରକାର ଜାରି କରିଥିବା ନୂଆ ଗାଇଡ୍‌ ଲାଇନ୍‌ ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ଲାଗୁ ହେବ।

ଏପ୍ରିଲ୍‌ ମାସ ପାଇଁ ଜାରି କରାଯାଇଥିବା ନୂଆ ଗାଇଡ୍‌ଲାଇନ୍‌ରେ ଦର୍ଶା ଯାଇଛି ଯେ ଜିଲାପାଳ ଓ ମ୍ୟୁନିସ୍‌ପାଲ୍‌ କମିଶନର କଣ୍ଟେନ୍‌ମେଣ୍ଟ ଜୋନ୍‌ କରିପାରିବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ କେହି ବାହାରି ପାରିବେ ନାହିଁ ଏବଂ ଏହି ଅଞ୍ଚଳରେ ଘରକୁ ଘର ସର୍ଭେ ହେବ। ତେବେ ସତର୍କତାର ସହ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ କରିବା ସହିତ ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବା ପାଇଁ କୁହାଯାଇଛି। ଯଥା ସମ୍ଭବ ଅଧିକ ଆର୍‌ଟିପିସିଆର ଟେଷ୍ଟ କରିବା ସହିତ ମାସ୍କ, ସାନିଟାଇଜର ବ୍ୟବହାର କଡ଼ାକଡ଼ି ପାଳନ କରିବା ସହିତ ସାମାଜିକ, ରାଜନୈତିକ ଓ ଧାର୍ମିକ ସମାବେଶରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ଦିଆଯାଇପାରିବ ବୋଲି ରାଜ୍ୟ ସରକାର ଏପ୍ରିଲ୍‌ ପାଇଁ ଜାରି କରିଥିବା ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି।

Comments are closed.