ରାଜ୍ୟରେ ଏଣିକି ଦୈନିକ ୭୩୦୦ ଆର୍‌ଟିପିଆର୍‌ ଟେଷ୍ଟ କରାଯିବ

ଭୁବନେଶ୍ବର: ରାଜ୍ୟରେ ଏଣିକି ଦୈନିକ ୭୩୦୦ ଆର୍‌ଟିପିଆର୍‌ ଟେଷ୍ଟ କରାଯିବ। କରୋନା ପ୍ରତି ସତର୍କତାମୂଳକ ପଦକ୍ଷେପ ନେଇ ମନ୍ତ୍ରୀ ନବ ଦାସଙ୍କ ସୂଚନା। ବାହାର ରାଜ୍ୟର ସଂକ୍ରମଣ ବଢୁଥିବାରୁ ବିଭାଗ ତୀକ୍ଷ୍ମଣ ନଜର ରଖିଛି। ଏଣିକି ଦୈନିକ ୭୩୦୦ ଆର୍‌ଟିପିସିଆର୍‌ ଟେଷ୍ଟ ହେବ, ସ୍ବତନ୍ତ୍ର ସଚିବଙ୍କୁ ଦାୟିତ୍ବ। ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି ଏହାର ତଦାରଖ କରିବେ। ସମ୍ବଲପୁର, ରାଉରକେଲା, କଟକ ଓ ଭୁବନେଶ୍ବରରେ ସେରୋ ସର୍ଭେ ହେବ। ଦେବଗଡ଼ ଓ ନୟାଗଡ଼ରେ ଆର୍‌ଟିପିସିଆର୍ ଟେଷ୍ଟିଂ ଲ୍ୟାବ ତୁରନ୍ତ ପ୍ରତିଷ୍ଠା ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି।

Comments are closed.