ଆଜି ରାଜ୍ୟରେ ସୁସ୍ଥ ହେଲେ ୫୨ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୩୪୫୭୧କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୫୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୩୪୫୭୧କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ସମ୍ବଲପୁରରୁ ୧୧, ସୁନ୍ଦରଗଡ଼ ୭, ବଲାଙ୍ଗିର ୫, ବରଗଡ଼ ୪, ଦେବଗଡ଼ ୪, କଟକ ୩, ଝାରସୁଗୁଡ଼ା ୩, ଖୋର୍ଦ୍ଧା ୩, ମୟୂରଭଞ୍ଜ ୩, ନୂଆପଡ଼ା ୩, ବାଲେଶ୍ବର ୨ ସମେତ ଅନୁଗୁଳ, ବୌଦ୍ଧ, କଳାହାଣ୍ଡି ଓ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.