ଆଜି ସୁସ୍ଥ ହେଲେ ୧୦୩ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୩୩୫୫୪ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୩୩୫୫୪କୁ ବୃଦ୍ଧି ପାଇଛି ଆଜି ରାଜ୍ୟରେ ସର୍ବାଧିକ କଟକ ଓ ସୁନ୍ଦରଗଡ଼ରେ ୧୬ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
ଆଜି ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ୧୬, ସୁନ୍ଦରଗଡ଼ ୧୬, ବଡ଼ଗଡ଼ ୧୨, ଝାରସୁଗୁଡ଼ା ୧୧, ଅନୁଗୁଳ ୧୦, ସମ୍ବଲପୁର ୬, ଖୋର୍ଦ୍ଧା ୫, ମୟୁରଭଞ୍ଜ ୫, ଯାଜପୁର ୩, ପୁରୀ ୩, ରାୟଗଡ଼ା ୩, ବାଲେଶ୍ବର ୨, ବଲାଙ୍ଗିର ୨, କଳାହାଣ୍ଡି ୨, କେଉଁଝର ୨, ଷ୍ଟେଟ୍ପୁଲ ୨ ସମେତ ଦେବଗଡ଼, କେନ୍ଦ୍ରାପଡ଼ା ଓ ଗଞ୍ଜାମରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।