ରାଜ୍ୟରେ ପୁଣି ସୁସ୍ଥ ହେଲେ ୩୦୧ କରୋନା ଆକ୍ରାନ୍ତ, ଆରୋଗ୍ୟ ସଂଖ୍ୟା ୩୨୫୭୩୩କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ପୁଣି ୩୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟାରେ ମୋଟ ଆରୋଗ୍ୟ ସଂଖ୍ୟା ୩୨୫୭୩୩କୁ ବୃଦ୍ଧି ପାଇଛି। ଆଜି ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୫୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଆଜି ଅନୁଗୁଳ ୪୧, ନୂଆପଡ଼ା ୨୭, ଖୋର୍ଦ୍ଧା ୨୦, ସମ୍ବଲପୁର ୧୯, ମୟୂରଭଞ୍ଜ ୧୮, କଟକ ୧୫, ପୁରୀ ୧୫, ବଲାଙ୍ଗିର ୧୪, କେନ୍ଦ୍ରାପଡ଼ା ୧୩, ବାଲେଶ୍ବର ୧୧, ଯାଜପୁର ୯, ବରଗଡ଼ ୭, କେନ୍ଦୁଝର ୫, ଗଞ୍ଜାମ ୪, ଜଗତସିଂହପୁର ୩, ଝାରସୁଗୁଡ଼ା ୩, କଳାହାଣ୍ଡି ୨, ନୟାଗଡ଼ ୨, ଷ୍ଟେଟ୍‌ପୁଲ୍‌ରୁ ୧୦ ସମେତ ଦେବଗଡ଼, ଗଜପତି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.