ହରଭଙ୍ଗାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ହରଭଙ୍ଗା: ରବିବାର ହରଭଙ୍ଗା ବ୍ଲକ ପୁରୁଣାକଟକରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତିଙ୍କ ସବିଶେଷ ତଥ୍ୟ ଆସି ନ ଥିବାରୁ ତାଙ୍କ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ନ ଥିବା ବୌଦ୍ଧ ସିଡିଏମଓ ତ୍ରୀଲୋଚନ ପ୍ରଧାନ ସୂଚନା ଦେଇଛନ୍ତି। ଅନ୍ୟପଟେ ଗତ ୧୪ତାରିଖ ପୁରୁଣାକଟକ ବଜାରର ଗୋଟିଏ ପରିବାରର ୪ଜଣ ସଦସ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବନକର୍ମଚାରୀ ରହିଥିବାରୁ ଗତ ଶୁକ୍ରବାର ପୁରୁଣାକଟକ ବନାଞ୍ଚଳର ୨୦ଜଣ କର୍ମଚାରୀଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା। ରିପୋର୍ଟ ଅପେକ୍ଷାରେ ଥିବା କର୍ମଚାରୀଙ୍କ ମଧ୍ୟରେ ଭୟ ଆଶଙ୍କା ଦେଖାଦେଇଛି।

Comments are closed.