ହରଭଙ୍ଗା କରୋନାର ହଟସ୍ପଟ, ସଂକ୍ରମିତ ହେଲେ ୩୨୨

ହରଭଙ୍ଗା: ବୌଦ୍ଧଜିଲ୍ଲାର ହରଭଙ୍ଗା କରୋନାର ହଟସ୍ପଟ ପାଲଟିଛି। ଗତ ୨୪ଘଣ୍ଟା ମଧ୍ୟରେ ବ୍ଲକରୁ ଏକକାଳୀନ ରେକର୍ଡ ସଂଖ୍ୟକ ୧୧୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ସଂକ୍ରମିତ ସଂଖ୍ୟା ତ୍ରିଶତକ ପାର ହୋଇ ୩୨୨ରେ ପହଞ୍ଚିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବ୍ଲକର ହରଭଙ୍ଗା ପଞ୍ଚାୟତରୁ ଆଜି ଏକକାଲୀନ ରେକର୍ଡ ସଂଖ୍ୟକ ୮୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ତାଲିକାରେ ହରଭଙ୍ଗାରୁ ସର୍ବାଧିକ ୪୧ଜଣ ରହିଥିବାବେଳେ ଏହି ପଞ୍ଚାୟତ ଅର୍ନ୍ତଗତ ସମ୍ବଲପୁର ଭଳି ଏକ ଛୋଟ ଗାଁରୁ ୨୮ ଜଣ ଏବଂ ନୂଆକୋଡାଶିଙ୍ଗାରୁ ୧୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ସମଗ୍ର ପଞ୍ଚାୟତକୁ ଲାଲ ତାଲିକାରେ ରଖିବା ସହିତ ଜିଲ୍ଲାର ହଟସ୍ପଟ୍ ଭାବେ ଏହାକୁ ଚିହ୍ନଟ କରାଯାଇଛି।

 

ଆଜିର ତାଲିକରେ ଶ୍ୟାମସୁନ୍ଦରପୁରରୁ ୦୬ଜଣ, ଚାରିଛକର୦୩ଜଣ ,ଧଲପୁରରୁ ୩ଜଣ, ଆଡେଣିଗଡ, ବନ୍ଧାପଥର, ରାଧାନଗର, ମଲ୍ଲିକପଡାରୁ ୨ଜଣ ଲେଖାଏଁ ଏବଂ କାଲେଶ୍ୱର, ପଙ୍କୁଆଳ, ଭାବପୁର, ଘଣ୍ଟପାଲ୍ଲୀ, ଭେଜିଗୁଡା, ପଳଶାକୁଟୁଣୀ, ନୂଆପଡା ଏବଂ ବାମଣ୍ଡାରୁ ଜଣେ ଲେଖାଏଁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଅନୁସାରେ ଜିଲାର ହରଭଙ୍ଗା ବ୍ଲକରୁ ସର୍ବାଧିକ ୧୦୯୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିରୁ ୭୭୮ଜଣ ସୁସ୍ଥ ହୋଇ ସାରିଥିବାବେଳେ ଆଉ ୩୦୮ଟି ଆକ୍ଟିଭ କେସ୍ ରହିଥିବା ସୂଚନା ମିଳିଛି। ଦିନକୁ ଦିନ ଗାଁ ଗାଁରେ ସଂକ୍ରମଣବୃଦ୍ଧି ପାଉଥିବାବେଳେ ଗରିବ ଲୋକେ ଭୟରେ କାମଧନ୍ଦାକୁ ବାହାରି ନପାରି ଭୋକ ଉପାସରେ ଦିନକାଟୁ ଥିବା ମଧ୍ୟ ଜଣାଯାଇଛି। ସବୁଠାରୁ ବଡକଥା ହେଲା ହରଭଙ୍ଗାରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କରୋନା ଆକ୍ରାନ୍ତ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବାରୁ ସମସ୍ତଙ୍କ ଚିନ୍ତା ଦୂର କରିପାରିଛି।

Comments are closed.