ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୧୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୬୭୩

ଭୁବନେଶ୍ବର: ଆଜି ଭୁବନେଶ୍ବର ମହନାଗର ନିଗମ(ବିଏମ୍‌ସି) ଅଞ୍ଚଳରେ ପୁଣି ୧୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେସ୍ ୧୮୫ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୯୩୩ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ବିଏମ୍‌ସି ଅଞ୍ଚଳରେ ମୋଟ ୫୦୪୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୪୦୨୮୮ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୮୬୧ଜଣ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତ ହୋଇ ୨୭୮ଜଣଙ୍କ ମୃତ୍ୟୁ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।

Comments are closed.