ଆଜି ଭୁବନେଶ୍ବରରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୪୨ ଜଣ

ଭୁବନେଶ୍ବର: ଏବେ ଭୁବନେଶ୍ବରରେ ପ୍ରତିଦିନ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଜି ଭୁବନେଶ୍ବରରେ ମାତ୍ର ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ୍‌ କଣ୍ଟାକ୍ଟ କେସ୍‌ରୁ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନ୍‌ ସେଣ୍ଟର ମଧ୍ୟରୁ ବମିଖାଲ ୪ ଓ ନୀଳାଦ୍ରିବିହାରରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବରମୁଣ୍ଡା, ବିଜେବି ନଗର, ପଟିଆ ଓ ଶୈଳଶ୍ରୀବିହାରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ ୟୁନିଟ୍-୭ରୁ ୫ଜଣ ଏବଂ ଭୀମଟାଙ୍ଗିରୁ ୨ଜଣ ସମେତ ବଡ଼ଗଡ଼, ବରମୁଣ୍ଡା, ଚନ୍ଦ୍ରଶେଖରପୁର, ଆଇଆର୍‌ସି ଭିଲେଜ୍‌, ପୁରୁଣା ଭୁବନେଶ୍ବର, ସହିଦନଗର, ଶୈଳଶ୍ରୀବିହାର, ୟୁନିଟ୍-୮ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.