ଆଜି ଭୁବନେଶ୍ବରରେ ୬୯୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୩୧୬

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଶହ ମୁହାଁ ହୋଇଛି। ଆଜି ଭୁବନେଶ୍ବରରୁ ୬୯୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୧୫୦ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୫୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୩୮୪୯୨ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ ୩୩୯୦୩ଜଣ ସୁସ୍ଥ ହୋଇଛନ୍ତି। ୪୪୧୭ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ୨୫୧ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ନୟାପଲ୍ଲୀରୁ ୪୩, ବରମୁଣ୍ଡା ୩୮, ପୁରୁଣା ଭୁବନେଶ୍ବର ୩୨, ପଟିଅା ୨୯, ଚନ୍ଦ୍ରଶେଖରପୁର ୨୮, ଝାରପଡ଼ା ୧୭, ଖଣ୍ଡଗିରି ୧୭, ଲକ୍ଷ୍ମସାଗର ୧୬, ବାପୁଜୀନଗର ୧୧ ଆଦି ବିଭିନ୍ନ ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯଇଛି।

Comments are closed.