ଆଜି ଭୁବନେଶ୍ବରରେ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୩୬

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୭ ରହିଥିବାବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ୧୩ ରହିଛି। କ୍ବାରେଣ୍ଟାଇନ୍ କେସ୍ ମଧ୍ୟରୁ ଜୟଦେବ ବିହାର, ଓୟୁଏଟି କଲୋନୀ, ପଟିଆ, ପୋଖରିପୁଟ, ଟଙ୍କପାଣି ରୋଡ୍, ୟୁନିଟ୍-୧, ୟୁନିଟ୍-୩ ଆଦି ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ୍ କଣ୍ଟାକ୍ଟ କେସ୍ ମଧ୍ୟରୁ ପଟିଆ ୪, ଜୟଦେବ ବିହାର ୩, ପୁରୁଣା ଭୁବନେଶ୍ବରରୁ ୨ ସମେତ ଭୀମଟାଙ୍ଗି, ରେଣ୍ଟାଲ୍ କଲୋନୀ, ସାମନ୍ତରାପୁର, ସତ୍ୟସାହି ଆଦି ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବରରେ ୩୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ୩୧୧୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୦୬୧୬ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୩୨ଜଣ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ୩୩୨ଜଣଙ୍କ ମୃତ୍ୟୁ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଉଛି।
Update on newly detected #COVID19 cases in the last
24 hrs under the BMC area on 15th Dec (till 9am) pic.twitter.com/ufGDkPBe9M— BMC (@bmcbbsr) December 15, 2020