ଆଜି ଭୁବନେଶ୍ବରରେ ୨୩ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୩୦

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେସ୍‌ ୮ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୧୫ ରହିଛି। କ୍ବାରେଣ୍ଟାଇନ୍‌ କେସ୍‌ ମଧ୍ୟରୁ ପୁରୁଣା ଭୁବନେଶ୍ବରରୁ ୫ ସମେତ ଆଇଆର୍‌ସି ଭିଲେଜ, ଜାଗମରା ଓ ପଟିଆରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ ବରମୁଣ୍ଡା ୨, କଳିଙ୍ଗ ନଗର ୨ ଓ ପୁରୁଣା ଭୁବନେଶ୍ବର ୨ ସମତେ ଚନ୍ଦ୍ରଶେଖରପୁର, ଡୁମୁଡୁମା, ଘାଟିକିଆ, ଆଇଆର୍‌ସି ଭିଲେଜ, ଜୟଦେବ ବିହାର, ନୀଳାଦ୍ରିବିହାର, ପାତ୍ରପଡ଼ା, ପୋଖରିପୁଟ, ଶାସ୍ତ୍ରୀନଗର ଆଦି ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ରାଜଧାନୀ ଭୁବନେଶ୍ବରରେ ୩୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ୩୧୦୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୩୦୪୩୪ଜଣ ସୁସ୍ଥ ହୋଇଛନ୍ତି ଓ ୩୨୨ଜଣ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ୨୨୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.