ଆଠଗଡ:୨ ଦିନରେ ୫୦ କରୋନା ଆକ୍ରାନ୍ତ ଚିହ୍ନଟ

ଆଠଗଡ: ଆଠଗଡ ବ୍ଲକ ଓ ଏନଏସି ଅଞ୍ଚଳରେ ସୋମବାର ଓ ମଙ୍ଗଳବାର ମଧ୍ୟରେ ୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଣ୍ଟିଜେନ ପରୀକ୍ଷଣରୁ ଆଠଗଡ ଡାକ୍ତରଖାନାରୁ ସୋମବାର ୧୫ଜଣ ଓ ମଙ୍ଗଳବାର ୨ଜଣ, ବ୍ରହ୍ମପରୁ ସିଏଚସିରୁ ୨ଦିନ ମଧ୍ୟରେ ୭ଜଣ, ଖୁଣ୍ଟୁଣୀ ଡାକ୍ତରଖାନାରୁ ୨ଜଣ, ଗୁରୁଡିଝାଟିଆ ଡାକ୍ତରଖାନାରୁ ୨ଜଣ ଜେନାପଦା ଶିବିରରୁ ୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆରଟିପିସିଆର ପରୀକ୍ଷା ଦ୍ୱାରା ଆଠଗଡ ଡାକ୍ତରଖାନାରେ ୮ ତାରିଖରୁ ଜଣେ ଓ ୯ ତାରିଖ ପରୀକ୍ଷଣରୁ ୭ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଏହି ୨ଦିନରେ ଆଠଗଡ, ବ୍ରହ୍ମପୁର ଓ ଗୁରୁଡିଝାଟିଆ ଡାକ୍ତରଖାନାରୁ ୧୪୪ଜଣଙ୍କର ସ୍ୱାବ୍ ନମୁନା ଆରଟିପିସିଆର ପରୀକ୍ଷଣ ପାଇଁ କଟକ ପଠାଯାଇଥିବା ଜଣାପଡିଛି।

Comments are closed.