ବଲାଙ୍ଗୀରରେ ଗୋଟିଏ ଦିନରେ ୬ଜଣ ୧୦ ବର୍ଷରୁ କମ କରୋନା ରୋଗୀ ଚିହ୍ନଟ

ବଲାଙ୍ଗୀର : ଶୁକ୍ରବାର ଚିହ୍ନଟ ହୋଇଥିବା କରୋନା ପଜିଟିଭ ରୋଗୀଙ୍କ ତାଲିକାରେ ୧୦ ବର୍ଷରୁ କମ ଥିବା ୬ ଜଣ ଶିଶୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ରୁଗୁଡିପଡାରୁ ଚିହ୍ନଟ ହୋଇଥିବା ଗୋଟିଏ ପରିବାରର ୧୨ ଜଣ ମଧ୍ୟରେ ୨ ଜଣ ଦୁଇ ବର୍ଷିୟା ଶିଶୁ, ଜଣେ ୮ ଓ ଜଣେ ୬ବର୍ଷର ଶିଶୁ ମଧ୍ୟ ସଂକ୍ରମିତ ଥିବା ସ୍ୱାବ ପରୀକ୍ଷାରୁ ଜଣାପଡ଼ିଛି। ସେହିପରି କ୍ଲବପଡା ଓ ଗୁଡଭେଲା ବ୍ଲକରେ ଚିହ୍ନଟ ହୋଇଥିବା ରୋଗୀ ୪ ବର୍ଷର ଶିଶୁ ହୋଇଥିବା ଜଣାପଡ଼ିଛି। ତେବେ ଶିଶୁ ମାନଙ୍କ ଶରୀରରେ ସଂକ୍ରମଣ ହୋଇଥିବାରୁ ପରିବାର ଲୋକ ଚିନ୍ତା ବଢିଛି।

Comments are closed.