କଟକରେ କରୋନା ସୁସ୍ଥ ହାର ଭଲ ସ୍ଥିତିରେ ରହିଛି, ଘରୋଇ ହସ୍‌ପିଟାଲ୍‌ ପାଇଁ ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ୱର:  ଗତକାଲି ବଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ବିବରଣି ଦେଇଥିବା ବେଳେ ରବିବାର ସିଏମିସ କମିଶନର ଅନନ୍ୟା ଦାସ ଓ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ସଚିବ ସୌରଭ ଗର୍ଗ କଟକରେ କରୋନା ସ୍ଥିତି ନେଇ ବିସ୍ତୃତ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, କଟକରେ କରୋନା ସୁସ୍ଥ ହାର ଭଲ ସ୍ଥିତିରେ ରହିଛି। କଟକ ସହରରେ ୨୪୮ ପଜିଟିଭ୍‌ରୁ ୯୦ଜଣ ଆରୋଗ୍ୟ ଲାଭ କଲେଣି । କଟକ ସହରରେ ଏବେ ୧୫୬ଜଣ ଚିକିତ୍ସାଧିନ ଅଛନ୍ତି ।  କଟକରେ ମୋଟ କରୋନା ପଜିଟିଭଙ୍କ ମଧ୍ୟରେ ୧୨୦ ଜଣ କେବଳ ଆଚାର୍ଯ୍ୟ ହରିହର କର୍କଟ ହସପିଟାଲରୁ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୪୩ ଜଣ ସୁସ୍ଥ ହୋଇଥିବାବେଳେ ୭୬ ଜଣ ଚିକିତ୍ସଧିନ ଅଛନ୍ତି । କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ, ଟ୍ରାକିଂ ଉପରେ ଆମେ ଗୁରୁତ୍ବ ଦେଉଛୁ ବୋଲି କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ସୂଚନା ଦେଇଛନ୍ତି ।

କଟକର ସବୁ ଘରୋଇ ହସ୍‌ପିଟାଲ୍‌ ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଘରୋଇ ହସ୍‌ପିଟାଲ୍‌ ପ୍ରଥମେ ରୋଗୀଙ୍କର ସ୍କ୍ରିନିଂ କରିବାକୁ ନିର୍ଦେଶ ଦିଆଯାଇଛି। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । କଟକ ଏସ୍‌ସିବି, ଶିଶୁ ଭବନ, ଆଚାର୍ୟ୍ୟ ହରିହର କ୍ୟାନ୍‌ସର ହସ୍‌ପିଟାଲ୍‌କୁ ଆସୁଥିବା ସବୁ ରୋଗୀଙ୍କର ସ୍କ୍ରିନିଂ କରାଯାଉଛି। ପ୍ରତି ବିଭାଗରେ ସ୍କ୍ରିନିଂ ଓ ଆଇସୋଲେସନ୍‌ ବ୍ୟବସ୍ଥା କରାଯାଇଛି। ସହରବାସୀଙ୍କୁ ଗହଳିକୁ ନ ଯିବା ଲାଗି ସିଏମ୍‌ସି କମିଶନର ଅନନ୍ୟା ଦାସ ଅନୁରୋଧ କରିଛନ୍ତି ।

Comments are closed.