କରୋନା ଅପଡ଼େଟ୍ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା୬,୯୨୯, ଦିନକରେ ୯,୯୭୧ ଆକ୍ରାନ୍ତ, ୨୮୭ଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ଆଜି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୬,୯୨୯ରେ ପହଞ୍ଚି ଥିବା ବେଳେ ଦିନକରେ ୯,୯୭୧ ଜଣ ଆକ୍ରାନ୍ତ ଓ ୨୮୭ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୬୨୮କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ୧ ଲକ୍ଷ ୨୦ ହଜାର ୪୦୬ ଥିବାବେଳେ  ୧ ଲକ୍ଷ ୧୯ ହଜାର ୨୯୩ ଆରୋଗ୍ୟ ଲାଭ କରିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୮୨,୯୬୮ ଆକ୍ରାନ୍ତ , ମୃତ୍ୟୁ ୨,୯୬୯। ଗୁଜୁରାଟରେ ୧,୨୧୯ ; ଦିଲ୍ଲୀରେ ୭୬୧, ମଧ୍ୟପ୍ରଦେଶରେ ୩୯୯ ଜଣଙ୍କ ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗ ୩୮୩, ଉତରପ୍ରଦେଶ ୨୫୭, ତାମିଲନାଡ଼ୁରେ ୨୫୧ ମୃତ।ରାଜସ୍ଥାନ ୨୩୧, ତେଲେଙ୍ଗାନା ୧୨୩, ଆନ୍ଧ୍ରପ୍ରଦେଶରେ ୭୩ ଜଣଙ୍କ ମୃତ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି।

Comments are closed.