ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ କରୋନା ପଜିଟିଭ ଚିହ୍ନଟ

ଗୁରୁଡିଝାଟିଆ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ୧୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୮୮ଜଣଙ୍କ କରୋନା ସ୍ୱାବ ପରୀକ୍ଷା କରାଯାଇଥିଲା। ସେଥିରୁ ୮୨ଜଣଙ୍କ ଆଣ୍ଟିଜେନ ଓ ୬ ଜଣଙ୍କ ଆରଟିପିସିଆର ପରୀକ୍ଷା କରାଯାଇଥିଲା। ୮୨ ଆଣ୍ଟିଜେନରୁ ୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଧାକିଶୋରପୁରରୁ ୨ଜଣ, ପୁରୁଷୋତ୍ତମପୁରରୁ ଜଣେ, ବିଷ୍ଣୁପୁରରୁ ଜଣେ, ମହାଲକ୍ଷ୍ମୀପୁରରୁ ଜଣେ, ନୂଆଶାସନରୁ ୨ଜଣ, ବ୍ରହ୍ମପୁରରୁ ଜଣେ, କୁଷ୍ପଙ୍ଗିରୁ ୧ଜଣ, ଗୁରୁଡିଝାଟିଆରୁ ୧ଜଣ ଓ କୃଷ୍ଣପୁରରୁ ୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୨ଜଣ ମହିଳା ଅନ୍ତର୍ଭୁକ୍ତ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଳିପ ଦାସ ପ୍ରକାଶ କରିଛନ୍ତି।

 

Comments are closed.