ରାଜ୍ୟରେ କରୋନାରୁ ଆଉ ୨୦୦୩ ଆକ୍ରାନ୍ତ ସୁସ୍ଥ, ଆଜି ସୁଦ୍ଧା ଆରୋଗ୍ୟ ସଂଖ୍ୟା ୨,୬୬,୧୦୫ଜଣ

ଭୁବନେଶ୍ବର: ରାଜ୍ୟରେ କରୋନାରୁ ଆଉ ୨୦୦୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨୯ ଓ ଷ୍ଟେଟ୍‌ପୁଲରୁ ୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପପରି କଟକ ୧୪୧, ସୁନ୍ଦରଗଡ଼ ୧୩୧, ଯାଜପୁର ୧୧୩, ବାଲେଶ୍ବର ୧୦୪, ମୟୂରଭଞ୍ଜ ୧୦୧, କଳାହାଣ୍ଡି ୯୧, କେନ୍ଦ୍ରାପଡ଼ା ୮୦, ବରଗଡ଼ ୭୮, ବଲାଙ୍ଗିର ୭୨, ପୁରୀ ୬୯, କେନ୍ଦୁଝର ୫୩, ଜଗତସିଂହପୁର ୪୮, ନୂଆପଡ଼ା ୪୭, ଝାରସୁଗୁଡ଼ା ୪୬, ନବରଙ୍ଗପୁର ୪୫, ସୋନପୁର ୪୩, ଢେଙ୍କାନାଳ ୩୬, ସମ୍ବଲପୁର ୩୫, ଗଞ୍ଜାମ ୩୩, କନ୍ଧମାଳ ୩୧, ମାଲକାନଗିରି ୨୯, ନୟାଗଡ଼ ୨୪, ଭଦ୍ରକ ୧୭, ରାୟଗଡ଼ା ୧୬, ଦେବଗଡ଼ ୧୩, ବୌଦ୍ଧ ୧୧ ଓ ଗଜପତି ୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି। ଆଜି ସୁଦ୍ଧା ୨,୬୬,୧୦୫ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.