ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୨୬୧୦ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୨ ଲକ୍ଷ ୪୬ ହଜାର ୮୩୭

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୬୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ମୋଟ ୨୬୧୦ ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୩୮ଜଣ ସୁସ୍ଥ ହୋଇଛନ୍ତି। କଟକରୁ ୨୦୪, ସୁନ୍ଦରଗଡ଼ରୁ ୧୭୧, ଅନୁଗୁଳରୁ ୧୪, ଯାଜପୁରରୁ ୧୧୯, ବାଲେଶ୍ୱରରୁ ୧୧୩, ସମ୍ବଲପୁରରୁ ୧୦୯ ଜଣ ସୁସ୍ଥ ହୋଇଛନ୍ତି। ଆଜିର ନୂଆ କରୋନା ଆକ୍ରାନ୍ତ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ୨ ଲକ୍ଷ ୪୬ ହଜାର ୮୩୭ ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ମୟୂରଭଞ୍ଜରୁ ୯୯, ବଲାଙ୍ଗିରରୁ ୯୫, ନବରଙ୍ଗପୁରରୁ ୯୧, ବରଗଡ଼ରୁ ୮୩, ଜଗତ୍‌ସିଂହପୁରରୁ ୭୮, ଭଦ୍ରକରୁ ୬୯, ଝାରସୁଗୁଡାରୁ ୬୮, କେନ୍ଦ୍ରାପଡାରୁ ୬୮, କେନ୍ଦୁଝରରୁ ୬୧, ନୁଆପଡାରୁ ୬୧, ପୁରୀରୁ ୫୪, ସୋନପୁରରୁ ୫୩, କାଲାହାଣ୍ଡିରୁ ୫୧, କୋରାପୁଟରୁ ୫୦, କନ୍ଧମାଳରୁ ୪୫, ନୟାଗଡ଼ରୁ ୪୧, ଗଞ୍ଜାମରୁ ୩୪, ଢ଼େଙ୍କାନାଳରୁ ୩୦, ମାଲକାନଗିରିରୁ ୨୮, ବୌଦ୍ଧରୁ ୧୮, ଦେଓଗଡ଼ରୁ ୧୩, ଗଜପତିରୁ ୧୨, ରାୟାଗଡାରୁ ୧୨ ସମେତ ଷ୍ଟେଟ୍‌ପୁଲରୁ ୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.