ରାଜ୍ୟରେ ଆଜି ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ୪୦୬୧

ଭୁବନେଶ୍ବର: ରାଜ୍ୟରେ ଆଜି ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୨,୧୯୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ୍‌ କଣ୍ଟାକ୍ଟ କେସ୍ ୧,୫୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୪୦୬୧ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ଆଜି ରାଜ୍ୟର ସମସ୍ତ ୩୦ଟି ଜିଲାରୁ ୩,୭୭୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ୩୬୮, ପୁରୀ ୨୩୭, ସୁନ୍ଦରଗଡ଼ ୧୪୮, କେନ୍ଦ୍ରାପଡ଼ା ୧୪୮, ବରଗଡ଼ ୧୩୯, ଯାଜପୁର ୧୩୩, ବାଲେଶ୍ବର ୧୨୭, ଅନୁଗୁଳ ୧୧୫, ସମ୍ବଲପୁର ୧୧୨, ନବରଙ୍ଗପୁର ୧୦୭ ଓ ଜଗତସିଂହପୁରରୁ ୧୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଓଡ଼ିଶାରେ ମୋଟ ୨୩, ୭୪, ୬୨୦ କରୋନା ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ମୋଟ କରୋନା ଆକାନ୍ତଙ୍କ ସଂଖ୍ୟା ୧, ୪୬, ୮୯୪ରେ ପହଞ୍ଚିଛି। ସେଥିମଧ୍ୟରୁ ୧,୧୨,୦୬୨ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ୍‌ କେସ୍‌ ୩୪, ୧୬୩ ରହିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.