ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଔଷଧ

ନୂଆଦିଲ୍ଲୀ: ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଔଷଧ। ସାଧାରଣରେ ବିକ୍ରି ପାଇଁ ଅନୁମତି ଦେଲା ଡିସିଜିଆଇ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସ୍‌କ୍ରିପ୍‌ସନ୍‌ ଥିଲେ କିଣି ହେବ କରୋନା ଔଷଧ। କେତେକ ସର୍ତ୍ତ ସହ ଫେଭିପିରାଭିର୍‌ ଟାବ୍‌ଲେଟ୍‌କୁ ବିକ୍ରି ପାଇଁ ଡିସିଜିଆଇ ଅନୁମତି ଦେଇଛି। ରେମ୍‌ଡେସିଭିର ଇଞ୍ଜେକ୍‌ସନ୍‌ ବିକ୍ରିକୁ ମଧ୍ୟ ଅନୁମତି ଦିଆଯାଇଛି। କରୋନା କିଣାବିକା ପାଇଁ ଆବଶ୍ୟକ ହେବ ପ୍ରେସ୍‌କ୍ରିପସନ୍‌ ଏବଂ ଅନୁମତିପତ୍ର। ବ୍ୟବହାରକାରୀ ରୋଗୀ କିମ୍ବା ସମ୍ପର୍କୀୟ ଅନୁମତିପତ୍ର ଔଷଧ ଦୋକାନୀଙ୍କୁ ଦେବାକୁ ପଡ଼ିବ। ଔଷଧ ଦୋକାନୀ ପ୍ରେସ୍‌କ୍ରିପ୍‌ସନ୍‌ ଓ ଅନୁମତିପତ୍ରର ଜେରକ୍ସ ରଖି କରୋନା ଔଷଧ ଦେଇପାରିବେ ବୋଲି ସୂଚନା ମିଳିଛି।
ବଜାରରେ କରୋନା ଔଷଧ ଥାଇ ମଧ୍ୟ ଲୋକେ ଏହା ପାଇବାରୁ ବଞ୍ଚିତ ହେଉଛନ୍ତି। କରୋନା ଆକ୍ରାନ୍ତ ହେବା ପରେ ପ୍ରାଥମିକ ପର୍ଯ୍ୟାୟରେ ବ୍ୟବହାର କରାଯାଇପାରିବ। କରୋନା ରୋଗୀଙ୍କୁ ଠିକ୍‌ ସମୟରେ ଚିକିତ୍ସା କରିବାରେ ଏହା ବେଶ୍‌ ସହାୟକ ହୋଇପାରିବ। ଯେକୌଣସି ବ୍ୟକ୍ତି ଜ୍ବର, ଥଣ୍ଡା, କାଶ କିମ୍ବା କରୋନା ଲକ୍ଷଣ ଦେଖା ଦେଲେ କିମ୍ବା କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ଘରେ ରହି ଏହି ଔଷଧ ଖାଇପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି।

Comments are closed.