ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦୩୪ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆଜି ରାଜ୍ୟରେ ଆଉ ସୁସ୍ଥ ହେଲେ ୩୦୩୪ କରୋନା ଆକ୍ରାନ୍ତ। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୯୨ ସୁସ୍ଥ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୨୪୨, ବରଗଡ଼ ୧୬୮, ଗଞ୍ଜାମ ୧୫୪, କଟକ ୧୫୦ ଓ ରାୟଗଡ଼ାରୁ ୧୩୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ବିଟ୍‌ କରି ସୂଚନା ଦେଇଛି।
ଆଜି ବାଲେଶ୍ବର ୯୭, ସୁନ୍ଦରଗଡ଼ ୯୭, ସମ୍ବଲପୁର ୮୩, କେନ୍ଦ୍ରାପଡ଼ା ୮୦, ଯାଜପୁର ୭୯, କୋରାପୁଟ ୭୯, ଝାରସୁଗୁଡ଼ା ୭୦, ମାଲକାନଗିରି ୬୮, ପୁରୀ ୫୮, ଜଗତସିଂହପୁର ୫୭, ଢେଙ୍କାନାଳ ୫୬, ଅନୁଗୁଳ ୪୯, ବଲାଙ୍ଗିର ୪୬, ଭଦ୍ରକ ୪୨, କନ୍ଧମାଳ ୪୦, ସୋନପୁର ୪୦, ନବରଙ୍ଗପୁର ୩୫, ନୟାଗଡ଼ ୩୧, ଗଜପତି ୨୬ ଓ କଳାହାଣ୍ଡି ୨୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.