ଦେଶର ୫ ରାଜ୍ୟରେ ୬୨ ପ୍ରତିଶତ ଆକ୍ଟିଭ୍‌ କେସ୍

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ର ୬୨ ପ୍ରତିଶତ ରହିଛନ୍ତି। ତାମିଲନାଡୁ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରରେ ମୋଟ ଆକ୍ଟିଭ୍‌ କେସ ୬୨ ପ୍ରତିଶତ କରୋନା ଆକ୍ରାନ୍ତ ରହିଛନ୍ତି। ଏସବୁ ରାଜ୍ୟରେ ଧୀରେ ଧୀରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା ହ୍ରାସ ପାଉଛି ବୋଲି କରୋନା ଅପ୍‌ଡେଟ୍‌ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି।

 

କରୋନାରେ ମୋଟ ମୃତ୍ୟୁର ୭୦ ପ୍ରତିଶତ ୫ଟି ରାଜ୍ୟରେ ଘଟିଛି। ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡୁ ଓ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତକାଲି ଗୋଟିଏ ଦିନରେ ସର୍ବାଧିକ ୬୮, ୮୫୪ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ସ୍ବାସ୍ଥ୍ୟ କର୍ମଚାରୀ କରୋନା ଆକ୍ରନ୍ତ ହେବାରେ ତେଲେଙ୍ଗାନା ରାଜ୍ୟ ଶୀର୍ଷରେ ରହିଛି। ତେଲେଙ୍ଗାନା ୧୮%, ମହାରାଷ୍ଟ୍ର ୧୬%, ଦିଲ୍ଲୀ ୧୪% ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଛନ୍ତି।ଦେଶର ୭୦ ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ କରାଯାଇଛି। ବୋଲି ଆଇସିଏମ୍‌ଆର୍‌ ମହାନିର୍ଦେଶକ ବଳରାମ ଭାର୍ଗବ ସୂଚନା ଦେଇଛନ୍ତି।

Comments are closed.